ଓଡ଼ିଶା

ବିଭିନ୍ନ ଜେଲରେ କାର୍ଯ୍ୟରତ ୪ ଜେଲରଙ୍କୁ ଅନ୍ୟତ୍ର ବଦଳି

ଭୁବନେଶ୍ଵର: ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ବିଭିନ୍ନ ଜେଲରେ କାର୍ଯ୍ୟରତ ୪ ଜଣ ଜେଲରଙ୍କୁ ଅନ୍ୟ ଜେଲକୁ ବଦଳି କରାଯାଇଛି।ପୁରୀ ଜିଲ୍ଲା କାରାଗାରର ଜେଲର ଶୁଭସ୍ମିତା ବିଶ୍ୱାଳଙ୍କୁ ଜୟପୁର ସ୍ୱତନ୍ତ୍ର ଜେଲକୁ ବଦଳି କରାଯାଇଛି। ସେହିପରି କଟକ ସର୍କଲ ଜେଲର ଜେଲର ରଘୁନାଥ ମାଝୀଙ୍କୁ ବଣାଇଗଡ଼ ଜେଲକୁ ବଦଳି ହୋଇଛି।ଅନ୍ୟପକ୍ଷରେ ଭୁବନେଶ୍ୱର ଜେଲର ଅବିନାଶ ବେହେରାଙ୍କୁ ନବରଙ୍ଗପୁର ସବ୍‌ଜେଲକୁ ଏବଂ ଫୁଲବାଣୀ ଜେଲର ଲଲାଟେନ୍ଦୁ ଭୂଷଣ ଦାସଙ୍କୁ କଟକ ସର୍କଲ ଜେଲକୁ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL